Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭଦ୍ରକରେ ନିରାଡ଼ମ୍ବର ସହକାରେ ପାଳିତ ହେଲା ଇଦ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭଦ୍ରକରେ ନିରାଡ଼ମ୍ବର ସହକାରେ ପାଳିତ ହେଲା ଇଦ୍

ଭଦ୍ରକ,ଏନ୍ଏନ୍ଏସ୍ : କରୋନା କଟକଣା ଯୋଗୁ ଭଦ୍ରକରେ ଇଦୁଲଫିତର ପର୍ବକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହକାରେ ପାଳନ କରାଯାଇଛି। କରୋନା କଟକଣା ଯୋଗୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି ରହିଥିବାରୁ ଆଜି ଇଦଘା ମଇଦାନରେ ମାତ୍ର ୫ଜଣଙ୍କୁ ନେଇ ସମୂହ ନମାଜ ପାଠ କରାଯାଇଥିଲା। ପ୍ରତିବର୍ଷ ଇଦ୍ ଅବସରେ ଅନୁଷ୍ଠିତ ହେଉଥିବା ସମୂହ ନମାଜ ପାଠରେ ୧୦ ହଜାରରୁ ଊଦ୍ଧ୍ୱ ଶ୍ରଦ୍ଧାଳୁ ଇଦଘାରେ ଏକତ୍ରିତ ହେଉଥିବା ବେଳେ ଚଳିତ ବର୍ଷ ଇଦଘା ମଇଦାନ ଥିଲା ଶୂନଶାନ୍। ପ୍ରଶାସନର ନିର୍ଦ୍ଦେଶ ଓ ଚଉଦ ମହଲା ମୁସଲିମ ଜମାତର ଅନୁରୋଧକୁ ରକ୍ଷା କରି ଆଜି ସମସ୍ତ ମୁସଲମାନ ଶ୍ରଦ୍ଧାଳୁ ନିଜ ନିଜ ଘରେ ସାମାଜିକ ଦୂରତ୍ୱ ରକ୍ଷା କରି ମୁହଁରେ ମାସ୍କ ବାନ୍ଧି ନମାଜ ପାଠ କରିଥିଲେ। କେତେକ ମସଜିଦରେ ମଧ୍ୟ ସମୂହ ନମାଜ ପାଠ କରାଯାଇଛି। ସେ ସମସ୍ତ ମସଜିଦରେ ମଧ୍ୟ କେବଳ ୫ଜଣ ଲେଖାଏଁ ନମାଜ ପାଠ କରିଛନ୍ତି। ତେବେ ଏନେଇ ମୌଲାନା ମହମ୍ମଦ ଅବଦଲ ହୁସେନ ଖାନ୍ କହିଛନ୍ତି, କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ସାମାଜିକ ଦୂରତ୍ୱ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିଲାଗି ବିଧି ମୁତାବକ କେବଳ ୫ଜଣଙ୍କୁ ନେଇ ଇଦଘାରେ ନମାଜ ପାଠ କରାଯାଇଛି।


ସୂଚନାଯୋଗ୍ୟ ଯେ, ଇଦ୍ ମୁବାରକ ପାଇଁ ପରସ୍ପରକୁ ଆଲିଙ୍ଗନ ନକରି ହାତ ଯୋଡ଼ି, ମୁଣ୍ଡ ନୁଆଁଇ ଶୁଭେଚ୍ଛା ଜ୍ଞାପନ କରାଯାଉଥିବା ଦେଖିବାକୁ ମିଳିଛି। ନମାଜ ପାଠ ପରେ ବିିଭିନ୍ନ ସୁସ୍ୱାଦୁ ଭୋଜନରେ ପରସ୍ପରକୁ ଆପ୍ୟାୟିତ କରି ରୋଜା ଭାଙ୍ଗିଛନ୍ତି। କିଛି ମୁସଲମାନ ଶ୍ରଦ୍ଧାଳୁ ବୁଲି ବୁଲି ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଶାନ୍ତି ମୈତ୍ରୀର ଏହି ପବିତ୍ର ପର୍ବ ପାଳନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ମସଜିଦ ତଥା ଛକମାନଙ୍କରେ ମୋଟ ୧୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏସପି ରାଜେଶ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡ଼ା, ଏସଡିପିଓ ସୁନିଲ ନନ୍ଦ, ଟାଉନ ଆଇଆଇସି, ପୁରୁଣାବଜାର ଆଇଆଇସି, ଗ୍ରାମାଂଚଳ ଥାନା ଆଇଆଇସି ବିଭିନ୍ନ ଅଂଚଳରେ ପେଟ୍ରୋଲିଂ କରୁଥିବା ସୂଚନା ମିଳିଛି। ତେବେ ସହରରେ ଆଜି ବହୁ ଦୋକାନ ବଜାର ବନ୍ଦ ରହିଛି।