କରୋନା ଲଢ଼େଇରେ ହୋମିଓପାଥିକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା କବଳରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ଭାରତ ମଧ୍ୟ ଏଥିରେ ସାମିଲ ହୋଇଥିବା ଏକ ଦେଶ ଯେଉଁଠି ହୋମିଓପାଥିକୁ ମଧ୍ୟ ଏହି ଲଢ଼େଇରେ ବ୍ୟବହାର କରାଯାଉଛି। ହୋମିଓପାଥିର ବ୍ୟବହାର ଫଳରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବା ସହ କରୋନା ରୋଗୀଙ୍କୁ ଠିକ୍ କରାଯାଉଛି ଓ ନୂଆ ମାମଲା ମଧ୍ୟ କମ୍ ଆସୁଛି।

ଡ. ଜବାହାର ଶାହ ଗତ ୪୦ ବର୍ଷରୁ ମୁମ୍ବାଇରେ ରହି ହୋମିଓପାଥି ପ୍ରାକ୍ଟିସ କରୁଛନ୍ତି। ଡ. ଶାହ ବିଶ୍ୱର ପ୍ରାୟ ୧୦୦ ହୋମିଓପାଥି ଡାକ୍ତରଙ୍କ ସହ ମିଶି ଏକ ଖାସ୍ ଔଷଧ ସିକେ୧ ଓ ସିକେ୨ ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ୨୨ହଜାର ପୁଲିସ କର୍ମଚାରୀ, ୪ହଜାର ଅଗ୍ନିନିର୍ବାପକ କର୍ମଚାରୀ, ଧରାବୀରେ ରହୁଥିବା ୨ହଜାର ଲୋକଙ୍କୁ ଦିଆଯାଇଛି। ଏହି ଓଷଧ ସାଇକୋ ନ୍ୟୁରୋ ଏଣ୍ଡୋକ୍ରାଇନ ଉପରେ ପ୍ରଭାବ ପକାଇଥାଏ। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିୟମ ଆଧାରରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣିତ ଆର୍ସିନିକ ଏଲଗମ ଓ କେମ୍ଫର ଏମ୧ ମିଶାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି ଯାହାର ଚାହିଦା ବିଦେଶରେ ମଧ୍ୟ ରହିଛି। ଏହି ଔଷଧର ଖାସ୍ କଥାଟି ହେଲା, ମାସରେ ମାତ୍ର ୬ ଦିନ ହିଁ ଖାଇବାକୁ ପଡ଼ିବ।

ବର୍ତ୍ତମାନ ସ୍ଥିତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଡ଼ ସଂଖ୍ୟାର ଆସୁଥିବା ପ୍ରବାସୀଙ୍କୁ ଏହି ଔଷଧ ଦିଆଯିବା ଦରକାର ବୋଲି ଡ. ଶାହ ଦାବି କରିଛନ୍ତି। କାରଣ ଏହାଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ। କାରଣ ଏମିତି ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ କିନ୍ତୁ ରିପୋର୍ଟ ପଜିଟିଭ ଆସୁଛି। ଏଭଳି କ୍ଷେତ୍ରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଏହି ଔଷଧ ସଫଳ ସାବ୍ୟସ୍ତ ହେବ।