ପ୍ରଭାବୀ ଭ୍ୟାକ୍ସିନର ଆବଶ୍ୟକତା ରହିଛି : ଡବ୍ଲ୍ୟୁଏଚଓ 

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଅନେକ ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରଦାର ଆଗେଇ ଚାଲିଛି।  ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କଡ଼ା ଚେତାବନୀ ଦେଇଛି। ଡବ୍ଲ୍ୟୁଏଚଓ କହିଛି ଯେ, ଉପଲବ୍ଧ ଟିକାର ପର୍ଯ୍ୟାପ୍ତ ପରିମାଣର ବୁଷ୍ଟର ଡୋଜ୍ ନାହିଁ। ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ପ୍ରଭାବୀ ଭ୍ୟାକ୍ସିନର ଆବଶ୍ୟକତା ରହିଛି। ପ୍ରକୃତ କରୋନା ଟିକାର ବୁଷ୍ଟର ଡୋଜ୍ ଦୋହରାଇବା ନୂଆ ଭ୍ୟାରିଏଣ୍ଟ ବିରୋଧରେ ଉଚିତ ରଣନୀତି ନୁହେଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ଏଡଭାଇଜରୀ ଗ୍ରୁପର ବିଶେଷଜ୍ଞଙ୍କ ଏକ ସମୂହ କହିଛନ୍ତି ଯେ, କରୋନା ଭ୍ୟାକ୍ସିନର କମ୍ପୋଜିସନ ଉପରେ ମହଜୁଦା ଟିକା ଗମ୍ଭୀର ରୋଗ ଓ ଭ୍ୟାରିଏଣ୍ଟ ଅଫ୍ କନସର୍ଣ୍ଣ ଯୋଗୁ ହେଉଥିବା ରୋଗରୁ ସୁରକ୍ଷା ପ୍ରଦାନ କରୁଛି। କିନ୍ତୁ ଭବିଷ୍ୟତରେ ଯେପରି ସଂକ୍ରମଣକୁ  ଦୃଢ଼ ଭାବେ ରୋକିହେବ ଆମକୁ ସେମିତି ଟିକାର ଆବଶ୍ୟକତା ରହିଛି। ନୂଆ ଟିକା ମାଧ୍ୟମରେ ହିଁ ଗମ୍ଭୀର ରୋଗ ଓ ମୃତ୍ୟୁ ରୋକାଯାଇ ପାରିବ।