ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସମୁଦି ହରିଓମ ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ହରିଓମଙ୍କୁ ୬ ବର୍ଷ ପାଇଁ ସମାଜବାଦୀ ନିଲମ୍ବିତ କରିଥିଲା। ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ତାଙ୍କ ଉପରେ ଆରୋପ ଲାଗିଛି।
ସମାଜବାଦୀରୁ ବାହାରିବା ପରେ ହରିେଓାମ୍ ଯାଦବ କହିଛନ୍ତି ଯେ, ମୋତେ ସମାଜବାଦୀ ପାର୍ଟିରେ ଯେଉଁ ସମ୍ମାନ ମିଳିବାର ଥିଲା ତାହା ମିଳିଲାନି। ବିଜେପିରୁ ସମ୍ମାନ ମିଳିବାରୁ ଏଠାକୁ ପଳାଇ ଆସିଲି।