ଗଣଶିକ୍ଷା ମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସଇଁନ୍ତଲା ଅଞ୍ଚଳ ଗସ୍ତ

ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ବ୍ଲକର ବିଭିନ୍ନ ଅଞ୍ଚଳକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶ‌କ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରିଛନ୍ତି । ଏହି ଅବସରରେ ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟରେ ପହଂଚି ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରୀଙ୍କ ସହ ଆଲୋଚନା କରିଛ‌ନ୍ତି । ସଇଁନ୍ତଲା ବାଳିକା ବିଦ୍ୟାଳୟରେ ସ୍ଥିତି ପରଖିବା ସହ ଛାତ୍ରୀଙ୍କୁ ରବିବାର ଦିନ ପାଠ ପଢ଼ାଯିବ କି ନାହିଁ ବୋଲି ମନ୍ତ୍ରୀ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଛାତ୍ରୀମାନେ ପଢ଼ା ହେବ ବୋଲି କହିଥିଲେ । ଦୀର୍ଘ ମାସ ହେବ କରୋନା ଯୋଗୁ ସମସ୍ତ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଥିଲା । ଏବେ ସ୍କୁଲ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉ‌ତ୍ସାହ ଦେଖାଦେଇଛି । ସରକାରଙ୍କ କରୋନା କଟକଣାରେ ସ୍କୁଲଗୁଡ଼ିକୁ ଖୋଲାଯାଇଥିବା ବେଳେ ଗଣଶିକ୍ଷା ଓ ଶିଶୁ ବିକାଶ ମନ୍ତ୍ରୀ ସଇଁନ୍ତଲା ଅଞ୍ଚଳର ସ୍କୁଲଗୁଡ଼ିକୁ ପରିଦର୍ଶନ କରିଥିଲେ। ତେବେ ସ୍କୁଲକୁ ଆସିବା ପରେ ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର କରୋନା କଟକଣା ନିୟମକୁ ମାନି ମାସ୍କ ଓ ସାନିଟାଇଜର ଦେଇ ମନ୍ତ୍ରୀ ସମୀର ଦାସ ଓ ଟୁକୁନି ସାହୁଙ୍କୁ ସ୍କୁଲକୁ ସ୍ୱାଗତ କରିଥିଲେ।