ପାଟଣାଗଡ଼ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଠପ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟରେ ତ।ଲା

ପାଟଣାଗଡ଼,ଏନ୍ଏନ୍ଏସ୍: ଦୀର୍ଘଦିନ ଧରି ପାଟଣାଗଡ଼ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ ରହିଛି। ବ୍ଲକର ନିର୍ବାଚିତ ପ୍ରତିନିଧିମାନେ ବ୍ଲକ ପ୍ରଶାସନ ସହିତ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଜନସାଧାରଣ ବାରମ୍ବାର ବ୍ଲକକୁ ଦୌଡ଼ି ଦୌଡ଼ି ତାଙ୍କର ଭତ୍ତା ଆବାସ ଯୋଜନାର ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ବର୍ଷେ ହେବ ବନ୍ଦ ରହିଛି। ପଞ୍ଚ।ୟତସ୍ତରୀୟ ଜନପ୍ରତିନିଧିଙ୍କ କଥାକୁ ବ୍ଲକ ପ୍ରଶାସନ ବେଖାତିର କରି ଆସୁଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସମସ୍ତ ବିଭାଗରେ ଜନପ୍ରତିନିଧିମାନେ ତାଲା ମାରି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଥିରେ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ଜୟନ୍ତ କୁମ୍ଭାର, ଚତୁର୍ମୁଖ ମେହେର, ଜିଲ୍ଲା ପରିଷଦ ସଭ୍ୟ ସବିତା ସରାଫ, ଦେବକୀ ତାଣ୍ଡି, ସରପଞ୍ଚ ସଂଘର ସଭାପତି ଜେନାମଣି ସାହୁ ଓ ସମିଟି ସଭ୍ୟ ସୁଜାତା ଭୋଇଙ୍କ ସମେତ ବହୁ ତ୍ରିସ୍ତରୀୟ ଜନପ୍ରତିନିଧୀମାନେ ଧାରଣାରେ ବସିଥିଲେ।