ବିଜେପି ରାଜନିତିରେ ମୁକାବିଲା କରିନପାରିବାରୁ ଏଜେନ୍ସିର ବ୍ୟବହାର କରୁଛି: ମମତା

କୋଲକାତା,ଏଜେନ୍ସି: ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ଓ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସମନ କରାଯାଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କି ବିଜେପି ସରକାର ରାଜନୀତିରେ ଆମର ମୁକାବିଲା କରିନପାରିବାରୁ ଏବେ ଏଜେନ୍ସିର ବ୍ୟବହାର କରୁଛି।

ଏଥିସହିତ ମମତା କହିଛନ୍ତି କି ‘ଲୋକଙ୍କ ପାଇଁ କାମ କରିବା ଆମର ପ୍ରାଥମିକତା ଅଟେ’। ଆମ ଦଳ ଛାଡ଼ି କିଛି ଲୋକ ବିଜେପିକୁ ଯାଇଥିଲେ ହେଲେ ସେମାନେ ପୁଣି ଦଳକୁ ଫେରିଆସିଛନ୍ତି। କାରଣ ତାଙ୍କୁ ଜଣାଅଛି ଯେ ତାଙ୍କ ଘର ଟିଏମସି। ରାଷ୍ଟ୍ରୀୟ ମାନବାଧିକାର ସମେତ ସମସ୍ତ ବିଭାଗ ରାଜନୈତିକ ହୋଇଯାଇଛନ୍ତି ବୋଲି ଟିଏମସି ମୁଖ୍ୟ ଅଭିଯୋଗ କରିଛନ୍ତି।