ଅନାଥ ପିଲାଙ୍କ ସ୍କୁଲ ଫି’ ବହନ କରିବ ରାଜ୍ୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ ଅନେକ ପିଲା ପିତା କିମ୍ବା ମାତା ଅଥବା ଉଭୟଙ୍କୁ ହରାଇଛନ୍ତି। ଏପରି ପିଲାଙ୍କ ଲାଗି ଏବେ ସ୍କୁଲ ଶିକ୍ଷା ପୁରା କରିବ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି। ତେଣୁ ସେମାନଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କୁ ଏଭଳି ପିଲାଙ୍କ ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଯଦି ଘରୋଇ ସ୍କୁଲ ଉକ୍ତ ପିଲାଙ୍କ ସ୍କୁଲ ଫି’ ଛାଡ଼ କରୁନାହାନ୍ତି ତେବେ ରାଜ୍ୟ ସରକାର ତାହା ବହନ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଧାରା ୨୧ ଏ ଅନ୍ତର୍ଗତ ପିଲାଙ୍କ ଶିକ୍ଷାକୁ ସହଜ କରିବା ରାଜ୍ୟର ଦାୟିତ୍ୱ। ସେଥିପାଇଁ ପିଲାଙ୍କ ଶିକ୍ଷାକୁ ସହଜ କରିବା ଦିଗରେ ରାଜ୍ୟ ସରକାର କାମ କରିବା ଉଚିତ।