ଶିକ୍ଷକଙ୍କୁ ପରିବେଶ ମିତ୍ର ସମ୍ମାନ ପ୍ରଦାନ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: କେଂଟାଳ ପଞ୍ଚାୟତ ମଲ୍ଲୀପୁର ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁଙ୍କୁ ପରିବେଶ ମିତ୍ର ସମ୍ମାନ ପ୍ରଦାନ କରାଯାଇଛି। କଳିଙ୍ଗ ଭାରତୀ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ସଭାରେ ଶିକ୍ଷାବିତ ଫକୀର ଚରଣ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବଳରାମ ପାତ୍ର, ଶିକ୍ଷାବିତ୍ ଭବାନୀ ପଣ୍ଡା, ପରିବେଶବିତ୍ ଚିତ୍ତ ରଞ୍ଜନ ରାଉତ, ଶ୍ରୀକାନ୍ତ ପଣ୍ଡା, ପ୍ରକୃତି ବନ୍ଧୁ ରବୀନ୍ଦ୍ର ପଣ୍ଡା, ପରିବେଶବିତ୍ ଅଭୟ ଜେନା, ବସନ୍ତ ସାହୁ, ସୁକାନ୍ତ ସିଂ, କୃଷ୍ଣଚନ୍ଦ୍ର ରାଉତ, ଅଜୟ ବେହେରା, ବିଶ୍ୱଜିତ ଲେଙ୍କା, ଧରଣୀଧର ବେହେରା ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ଶିକ୍ଷକ ଶ୍ରୀ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।