ଜେଲ୍‌ରୁ ବାହାରିବା ପରେ ଆର୍ଯ୍ୟନଙ୍କ ମହାନତା

ଶାହାରୁଖ ଓ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲ୍‌ରୁ ବାହାରିବା ପରେ ପରିବାର ସହିତ କ୍ୱାଲିଟି ଟାଇମ୍ ଅତିବାହିତ କରୁଛନ୍ତି। ପାଖାପାଖି ତିନି ସପ୍ତାହ ପର୍ଯ୍ୟନ୍ତ ଜେଲ୍‌ରେ ରହି ଆସିଥିବା ଆର୍ଯ୍ୟନଙ୍କୁ ‘ମନ୍ନତ’ରେ ଜୋର୍‌ଦାର୍ ସ୍ୱାଗତ କରାଯାଇଥିଲା। ପୁଅ ଘରକୁ ଫେରିବା ପରେ ଶାରାରୁଖ-ଗୌରୀ ଖୁବ୍ ଖୁସି ଥିବାର ଦେଖାଯାଉଛନ୍ତି। ଡ୍ରଗ୍ସ ମାମଲାରେ ଗିରଫ ହୋଇ ଆର୍ଯ୍ୟନ ଆର୍ଥର ରୋଡ୍ ଜେଲ୍‌ରେ ଥିଲେ। ଏବେ ଘରେ ପହଞ୍ଚିବା ପରେ ଆର୍ଯ୍ୟନ ଏକ ନିଷ୍ପତ୍ତି ନେଇଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଆର୍ଯ୍ୟନଙ୍କ ଘରକୁ ଫେରିବା ନେଇ ପରିବାରର ଲୋକମାନେ ଖୁବ୍ ଚିନ୍ତିତ ଥିଲେ। ସେମାନେ ପୁଅକୁ ଜେଲ୍‌ରୁ କିପରି ବାହାର କରବେ ସେଥିପାଇଁ ଖୁବ୍ ଚେଷ୍ଟା କରିଥିଲେ ମଧ୍ୟ ଆର୍ଯ୍ୟନର ସମସ୍ୟାକୁ କମ୍ କରି ପାରିନଥିଲେ। କୋର୍ଟ ଅନେକ ଥର ତାରିଖ ପରେ ତାରିଖ ପରିବର୍ତ୍ତନ କରିଛନ୍ତି। ଯାହା ବି ହେଉ ଘରକୁ ଆସିବା ପରେ ଆର୍ଯ୍ୟନ ଖୁବ୍ ଭାବୁକ ହୋଇ ଯାଇଥିଲେ। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରୁ ନିଜ ଫଟୋ ଓ ପୋଷ୍ଟସବୁକୁ ହଟାଇ ଦେଇଛନ୍ତି। ତେବେ ସେ ଏସବୁ କାହିଁକି କରିଛନ୍ତି ତାହା ବୁଝି ହେଉ ନାହିଁ। ଏକ ମିଡିଆ ରିପୋର୍ଟ ଅନୁସାରେ ତିନି ସପ୍ତାହ ଜେଲ୍‌ରେ ରହିବା ପରେ ଅନେକ କଏଦୀଙ୍କ ସହିତ ପରିଚୟ ହୋଇଥିଲା ଆର୍ଯ୍ୟନଙ୍କର।

ସେମାନଙ୍କୁ ଆର୍ଯ୍ୟନ କଥା ଦେଇଛନ୍ତି ଯେ ତାଙ୍କ ପରିବାରକୁ ସେ ଆର୍ଥିକ ସହାୟତା ଦେବେ। ଏହା ବ୍ୟତୀତ କଏଦୀମାନଙ୍କ ବିରୁଦ୍ଧରେ ଯାହା ବିଚାର ଚାଲିଛି ସେଥିରୁ ସେମାନଙ୍କୁ ବାହାର କରିବେ ବୋଲି ଆର୍ଯ୍ୟନ କହିଛନ୍ତି। ଜେଲ୍‌ରୁ ବାହାରିବା ପୂର୍ବରୁ ଆର୍ଯ୍ୟନ ଅନ୍ୟ କଏଦୀଙ୍କୁ ଆଲିଙ୍ଗନ କରି ଆସିଥିଲେ।