ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ବିନୋଦ ସାମଲଙ୍କୁ ମନୋନୀତ କରାଯାଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଭାପତି ସ୍ମୃତି ରଞ୍ଜନ ନାୟକଙ୍କ ଦ୍ୱାରା ଅନୁମୋଦନ ହୋଇ ନାମ ଘୋଷଣା କରାଯାଇଛି। ଶ୍ରୀ ସାମଲ ନିଶ୍ଚିନ୍ତକୋଇଲି ବ୍ଲକ୍ ୨୪ନଂ ଜୋନରେ ୫ ବର୍ଷ ଜିଲ୍ଲା ପରିଷଦ ସଭ୍ୟ ରହି ବିଜେଡିର ଯୁବ ସଙ୍ଗଠନକୁ ମଜଭୁତ କରିବା ସହିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିଲେ।
ସାଧାରଣ ସମ୍ପାଦକ ଦାୟିତ୍ୱ ନେଲା ପରେ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜେଡି ଯୁବ ସଂଗଠନକୁ ଅଧିକ ମଜଭୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଉପସଭାପତି ଅଶୋକ ଓଝା, ଜୋନ୍ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ପଞ୍ଚାୟତ ସଭାପତି ରାମଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ବର୍ଗର ବିଜେଡି କର୍ମକର୍ତ୍ତାମାନେ ଶ୍ରୀ ସାମଲଙ୍କୁ ସ୍ୱାଗତ ଜଣାଇଛନ୍ତି।