ବାତ୍ୟା ‘ଅସାନୀ’ ଚେତାବନୀ ସମୟରେ ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,ଏଜେନ୍ସି: ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରେ ବାତ୍ୟା ‘ଅସାନୀ’ ଚେତାବନୀ ଦେଇଛି। ଏହାରି ମଧ୍ୟରେ ସୋମବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ମ୍ୟାଗନିଚ୍ୟୁଡ ରେକର୍ଡ କରାଯାଇଛି।

ଭୂକମ୍ପର ଝଟକା ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ୨୭୬ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ଦିଗଲୀପୁର ନିକଟରେ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ୧୫.୬୬ ଅକ୍ଷାଂଶ ଓ ୯୨.୩୦ ଦେଶାନ୍ତରରେ ୩୯ କିଲୋମିଟର ଗଭୀରରେ ଅନୁଭୂତ ହୋଇଛି। ଏହି ଭୂକମ୍ପ ସୋମବାର ଭୋର ୩ଟା ୨୫ରେ ହୋଇଥିବା ଜଣାଯାଇଛି।