ଡିଡବ୍ଲ୍ୟୁଓଙ୍କ ଦାୟିତ୍ୱ ହସ୍ତାନ୍ତର

ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କ ବଦଳି ହେବା ପରେ ସୋମବାର ନିଜ ଦାୟିତ୍ୱ ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ରାଉତରାୟଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନ ଜିଲ୍ଲାରେ ୧୪/୯/୨୦୧୫ରୁ କାର୍ଯ୍ୟ କରିି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମମାନ କରି ଜନ ମଙ୍ଗଳ ବିଭାଗକୁ ଏକ ନୂଆ ଦିଶା ଦେଇଛନ୍ତି। ବିଶେଷ କରି ଗତ କୋଭିଡ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲା। ସେହି ସମୟରେ ମଙ୍ଗଳ ବଭାଗର ଶିକ୍ଷକମାନେ ଘରକୁ ଘର ଯାଇ ପିଲାଙ୍କ ସୁବିଧା ଅସୁବିଧା ପଚାରି ବୁଝିବାଠାରୁ ଆରମ୍ଭ କରି ପାଠପଢ଼ା କାର୍ଯ୍ୟକ୍ରମ କରିବାକୁ ଶିକ୍ଷକଙ୍କୁ ତାଗିଦ କରୁଥିଲେ। ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ମେଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ରହୁଥିଲା। ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ, ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି, କିଚେନ ଗାର୍ଡେନଠାରୁ ଆରମ୍ଭ କରି ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ। ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ତମ ଭୋଜନ ଦେବା ଉପରେ କର୍ତୃପକ୍ଷଙ୍କୁ ତାଗିଦ କରୁଥିଲେ। ମୋଟାମୋଟି ଭାବରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ଶ୍ରୀ ପ୍ରଧାନ କାର୍ଯ୍ୟ କରି ଆସୁଥିଲେ। ଶ୍ରୀ ପ୍ରଧାନଙ୍କ ଦାୟିତ୍ୱ ହସ୍ତାନ୍ତର ଖବର ପ୍ରସାରିତ ହେବା ଶୁଣି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ନିରାଶାଭାବ ଦେଖିବାକୁ ମିଳିଛି। ଡିଡବ୍ଲ୍ୟୁଓ ଶ୍ରୀ ପ୍ରଧାନ ସୁନ୍ଦରଗଡ଼କୁ ବଦଳି ହୋଇଥିବା ବେଳେ ନୂତନ ଡିଡବ୍ଲ୍ୟୁଓ ଶ୍ରୀ ସାମନ୍ତରାୟ ଯାଜପୁର ଜିଲ୍ଲାରୁ ନବରଙ୍ଗପୁରକୁ ଆସିଛନ୍ତି।