ରାଜ୍ୟରେ ୧୪୭୫ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୪୭୫ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୯ଲକ୍ଷ ୭୧ହଜାର ୩୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୦, କଟକରୁ ୧୮୦, ପୁରୀରୁ ୧୪୬, ଜଗତସିଂହପୁରରୁ ୧୦୬, ବାଲେଶ୍ୱରରୁ ୯୭, ଷ୍ଟେଟପୋଲରୁ ୯୨, ଯାଜପୁରରୁ ୭୭, ଭଦ୍ରକରୁ ୪୯, ଯାଜପୁରରୁ ୪୦, ନୟାଗଡ଼ରୁ ୩୨, ଅନୁଗୁଳରୁ ୩୧, ସୁନ୍ଦରଗଡ଼ରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୩ଜଣ ରହିଛନ୍ତି। ସେହିପରି କନ୍ଧମାଳ ଓ କେଉଁଝରରୁ ୨୦ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୮, ସମ୍ବଲପୁର ଓ ସୋନପୁରରୁ ୧୧ ଲେଖାଏଁ, ନବରଙ୍ଗପୁର ଓ ରାୟଗଡ଼ାରୁ ୯ ଲେଖାଏଁ, ଦେଓଗଡ଼ରୁ ୮, ଗଞ୍ଜାମ ଓ କୋରାପୁଟରୁ ୭ ଲେଖାଏଁ, ଗଜପତି ଓ ମାଲକାନଗିରିରୁ ୬ ଲେଖାଏଁ, ବରଗଡ଼ ଓ ବୌଦ୍ଧରୁ ୨ ଲେଖାଏଁ, ବଲାଙ୍ଗିର ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୯୫୬ ହୋଇଥିବାବେଳେ ୯ଲକ୍ଷ ୭୧ହଜାର ୩୯୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬,୫୦୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ହଜାର ୬୪ଜଣ ଚିକିତ୍ସିତ ହେଉଛନ୍ତି।