ସମୁଦ୍ର ପଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ ଲାଇନ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ରାଷ୍ଟ୍ରର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଆମ ସମୁଦ୍ରପଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ ଲାଇନ। ଭାରତ ଅନେକ ଦେଶକୁ ସାମୁଦ୍ରିକ ସୁରକ୍ଷା ତାଲିମ ଦେଇଛି। କିନ୍ତୁ ସମୁଦ୍ର ପଥ ଏବେ ଆତଙ୍କୀ କାର୍ଯ୍ୟରେ ବ୍ୟବହାର ହେଉଛି। ଖାସ୍ କଥାଟି ହେଲା, ସମୁଦ୍ର ଆମ ପୃଥିବୀ ପୃଷ୍ଠର ଭବିଷ୍ୟତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସମୁଦ୍ରର ସୁରକ୍ଷା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି।