ଦଶହରା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି ବୈଠକ, ମେଢ଼ରେ ଲାଗିବ ଜିପିଏସ୍‌

କଟକ,ଏନ୍ଏନ୍ଏସ୍: ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି ସିଲଭର ସିଟି । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପୂଜାକୁ ସୁରୁଖୁରୁରେ ତୁଲାଇବା ସହ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ସହିଦ ଭବନ ଠାରେ କମିଶନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି । ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ସହିଦ ଭବନ ଠାରେ କମିସନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି ।

ପୂଜା ମଣ୍ଡପରେ ସନ୍ଧ୍ୟାରୁ ରାତି ୧୨ ଯାଏ ଡାକବାଜି ଯନ୍ତ୍ର ବାଜିବ । ଭସାଣରେ ମଧ୍ୟ ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବାଜିବ । ଅନେକ ପୂଜା କମିଟି ଏ ନେଇ ଅନରୋଧ କରିଥିବାରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ଥିବାରୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୋଲିସ କମିସନରେଟ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମେଢ଼ମାନଙ୍କୁ ସମ୍ବର୍ଦ୍ଧିତ କରିବ କମିସନରେଟ ପୋଲିସ । ପ୍ରତ୍ୟେକ ପୂଜା ମଣ୍ଡପ ତରଫରୁ ନିଜ ନିଜ ଥାନା ସ୍ତରରେ ପୂଜା ନିମନ୍ତେ ଅନୁମତି ପାଇଁ ଆବେଦନ କରିପାରିବେ । ରାତି ୧୨ ପର୍ଯ୍ୟନ୍ତ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁମତି ସମ୍ବନ୍ଧରେ ବିଚାର କରାଯିବ । ଚଳିତ ବର୍ଷ ଭସାଣିରେ ସମସ୍ତ ମେଢ଼ରେ ଜିପିଏସ୍‌ ଲାଗିବ । କଣ୍ଟ୍ରୋଲ ରୁମ ଟ୍ରାକିଂ କରି ମେଢ଼ର ଗତି ବିଧି ଉପରେ ନଜର ରଖାଯିବ । ପୋଲିସ ପବ୍ଲିକ ସହଭାଗୀତାରେ ସହରରେ ୨୦୦ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ପୂଜା ପୂର୍ବରୁ ଆହୁରି ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କମିସନରେଟ ପୋଲିସ ।

ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯିବ । ନିଶା, ଡିଜେ ଓ ବାଣ ମୁକ୍ତ ଭସାଣ ଦିଗରେ ପୂଜା କମିଟିଗୁଡିକ ଯତ୍ନବାନ ହେବାରୁ ପରାମର୍ଶ ଦେଇଛନ୍ତି ପୋଲିସ କମିସନର । ପ୍ରତିମା ଶୋଭାଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସମୟ ସୀମାରେ ଶେଷ କରିବାକୁ ପ୍ରତି ମେଢରେ ଜିପିଏସ ଯନ୍ତ୍ର ଲଗାଯିବ । ଚଳିତ ବର୍ଷ ପୂଜା ଶୃଙ୍ଖଳାରେ ସମାପ୍ତ କରିବା ନେଇ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିସନର । ଭାଇଚାରା ଅକ୍ଷୂର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରିଛି ଶାନ୍ତି କମିଟି ।