ପନିର ପରେ ନକଲି ଚା’ ଗୋଦାମ ଠାବ, ୭ କ୍ବିଣ୍ଟାଲ ପତି ଜବତ

କଟକ,ଏନ୍ଏନ୍ଏସ୍: ଲଗାତର ଭାବେ କଟକରେ ବିଭିନ୍ନ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି। ନକଲି ଖାଦ୍ୟ ସାମଗ୍ରୀର ଗନ୍ତାଘର ପାଲଟିଥିବା କଟକରୁ ଏବେ ପୁଣି ମିଳିଛି ଭେଜାଲ ଚା’ ପତି ଗୋଦାମ। ଅପମିଶ୍ରିତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପନିର ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ଚା’ ପତି। ଆଜି ସକାଳୁ ପୁଲିସ ଏକ ଚା’ ଗୋଦାମ ଉପରେ ଚଢ଼ଉ କରି ଅପମିଶ୍ରିତ ଚା’ ଗୁଣ୍ଡ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି।

ତେବେ ଏହି ଗୋଦାମ କଟକ ସହରର ମୁକାମେଶ୍ୱର ଗାଁରୁ ଠାବ ହୋଇଛି। ଚଢ଼ଉ ବେଳେ ୭ କୁଇଣ୍ଟାଲରୁ ଅଧିକ ନକଲି ଚା’ ପତି ଜବତ କରାଯାଇଥିବା ବେଳେ ଏଠାରେ ବିଭିନ୍ନ ବ୍ରାଣ୍ଡର ଚା’ ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଳିଛି। ସୂଚନାଥାଉକି, ନିକଟରେ କଟକ ବଜାରରୁ ଅପମିଶ୍ରିତ ପନିର ଜବତ କରାଯାଇଥିଲା।