ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ କରୋନା ସଂକ୍ରମଣ ପ୍ରଭାବ କମୁଛି ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯ ହଜାର ୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୬୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
ଏଥିସହିତ ଦେଶରେ ସଂକ୍ରମିତ କରୋନା ସଂଖ୍ୟା ୧ କୋଟି ୦୩ ଲକ୍ଷ ୭୪ ହଜାର ୯୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ଦେଶରେ ସମୁଦାୟ ୧ ଲକ୍ଷ ୫୦ ହଜାର ୧୧୪ ଜଣ ପ୍ରାଣ ହରାଇ ସାରିଲେଣି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୫୪୬ ରହିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୩୧୪ ଜଣ ରୋଗୀ କରୋନାକୁ ପରାସ୍ତ କରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୯୯ ଲକ୍ଷ ୯୭ ହଜାର ୨୭୨କୁ ବୃଦ୍ଧି ପାଇଛି।