ନୂଆଦିଲ୍ଲୀ,ଏଜେନ୍ସି: ଶତ୍ରୁ କବଳରୁ ଭାରତ ବିମାନକୁ ରକ୍ଷା କରିବା ପାଇଁ ଭାରତ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ(ଏମଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ଡିଆରଡିଓ ପକ୍ଷରୁ ସୂଚନା ମିଳିଛି।
ଏହି ମିଶାଇଲ ପ୍ରାୟ ୫୦ରୁ ୭୦ କିଲୋମିଟର ରେଞ୍ଜରେ ଶତ୍ରୁ ବିମାନକୁ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଡିଫେନ୍ସ ବିଶେଷଜ୍ଞ। ଏଥିରେ ଉନ୍ନତ ଆରି ରାଡର, କମାଣ୍ଡ ଏ ନିୟନ୍ତ୍ରଣ ଓ ଉନ୍ନତ ଆରଏଫ ବ୍ୟବସ୍ଥା ରହିଛି। ଏମଆରଏସଏଏମ ଏକ ଅତ୍ୟାଧୁନିକ ପ୍ରଣାଳୀ ମିସାଇଲ ଯାହା ବିପଦ ସମୟରେ ଭାରତୀୟ ସେନା ବାହିନୀକୁ ସୁରକ୍ଷା ପ୍ରଦାନ କରିବ ବୋଲି କହିଛନ୍ତି ଇସ୍ରାଏଲ ଏରୋସ୍ପେଶ୍ ଇଣ୍ଡଷ୍ଟ୍ରିଜ (ଆଇଏଆଇ)ର ସିଇଓ ବୋଏଜୋ ଲେଭି ।
ସେ ଆହୁରି କହିଛନ୍ତି ଏହି ମିଶାଇଲର ସଫଳ ପରୀଷଣ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତାକୁ ପ୍ରମାଣିତ କରୁଛି। ଏହାକୁ ନେଇ ଆଇଏଆଇ ଗର୍ବିତ। ଏହାର ସମସ୍ତ ସଫଳତା ଡିଆରଡିଓ ଓ ଭାରତୀୟ ସେନାଙ୍କୁ ଉତ୍ସର୍ଗୀକୃତ। ଏହି ପରୀକ୍ଷଣରେ ଇସ୍ରାଇଲ ବିଶେଷଜ୍ଞ ଓ ଭାରତୀୟ ବୈଜ୍ଞାନିକ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ ବୋଲି ଇସ୍ରାଏଲ ପ୍ରତିରକ୍ଷା ପକ୍ଷରୁ ସୂଚନା ମିଳିଛି।