ଅଦିନିଆ ବର୍ଷା ଯୋଗୁ ଖଳାରେ ଓଦା ହେଲା ଧାନ : ଚିନ୍ତାରେ ଚାଷୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ମହକୁମା ସମେତ ଅନ୍ୟାନ୍ୟ ସ୍ଥାନରେ ଗତକାଲି ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ଯୋଗୁ ବହୁ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ଦ୍ୱାରା ଖଳାରେ ରଖାଯାଇଥିବା ଧାନଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଗଜା ହେବା ଆଶାଙ୍କା ସୃଷ୍ଟି ହୋଇଛି। ଜିଲ୍ଲା ସଦର ମହକୁମାସ୍ଥିତ ମଲ୍ଲିକେଶ୍ୱର କଲୋନୀଠାରେ ପଡ଼ି ରହିଥିବା ସହସ୍ରାଧିକ କ୍ୱିଣ୍ଟାଲ ଧାନ ବର୍ଷା ଯୋଗୁ ଓଦା ହୋଇ ନଷ୍ଟ ହୋଇଛି। ଏବେ ରବି ଚାଷ ଆରମ୍ଭ ହୋଇଥିବା ବେଳେ ଚଳିତ ଖରିଫ ଋତୁରୁ ହଜାର ହଜାର ଚାଷୀଙ୍କର ଧାନ ବିକ୍ରି ନ ହୋଇ ପଡ଼ିରହିଛି। ଚାଷୀମାନେ ଋଣ କରି ଖରିଫ ଚାଷ କରିଥିବା ବେଳେ ଅମଳ ଫସଲ ନଷ୍ଟ ହୋଇଥିବାରୁ ଋଣ ପରିଶୋଧ ନେଇ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଶହ ଶହ ଚାଷୀଙ୍କୁ ଟୋକେନ ମିଳିନଥିବା ବେଳେ ଧାନ ବିକ୍ରି ନେଇ ମଧ୍ୟ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସହାୟତା ଦେବାକୁ ଦାବି ହୋଇଛିି।