ବାଇକ-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ନିକଟରେ ଆଜି ଅପରାହ୍ନରେ ବାଇକ ଓ ଅଟୋ ମୁହାଁମୁହିିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତ ଗୁରୁତରଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବାଇକ ଆରୋହୀ ହେଲେ ନିହ୍ନୁଆଁ ଗ୍ରାମର ଦେବାନନ୍ଦ ସିଂ(୨୫), ସନ୍ଦୀପ କୁମାର ନାୟକ (୨୨) ଏବଂ ଅଟୋରେ ଯାଉଥିବା କଇଣ୍ଡା ଗ୍ରାମର ଲୀଳାବତୀ ସାହୁ (୬୦)। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।