କ୍ଷମା ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଉମାକାନ୍ତ କରୋନା ସଂକ୍ରମିତ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କୁ ଅନ୍ତିମ ଦର୍ଶନ କରିବା ପାଇଁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ସେଥିପାଇଁ ଏକ ଭିଡିଓ ଜାରି କରି ଉମାକାନ୍ତ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ପହଞ୍ଚିବା ମୋର ଭୁଲ୍ ଥିଲା। ମହାରାଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇଯାଇଥିଲି। ଆଉ ଅନ୍ତିମ ଦର୍ଶନ କରିବାକୁ ନିଜକୁ ଅଟକାଇ ପାରିନଥିଲି। ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସମ୍ପୂର୍ଣ୍ଣ ଭୁଲ୍ ଥିଲା। ସରକାରଙ୍କ ଆଇନଠାରୁ କେହି ବି ଉର୍ଦ୍ଧରେ ନୁହନ୍ତି। ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ ବୋଲି ଉମାଶଙ୍କର କହିଛନ୍ତି।