କୋଭିଡ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାରେ କୋଭିଡ ଟିକାକରଣ ନିମନ୍ତେ ପୂର୍ବାଭ୍ୟାଷ କାର୍ଯ୍ୟକ୍ରମ ପରୀପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଓ ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଉମେଶ କୁମାର ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗର ୨୫ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସ୍ୱତନ୍ତ୍ର ସୁରକ୍ଷା ଓ ସାନିଟାଇଜେସନ ବ୍ୟବସ୍ଥା ସହ ଅଭ୍ୟର୍ଥନା କକ୍ଷ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇ ପାଶ୍ୱର୍ ପ୍ରତିକ୍ରିୟା ହେଲେ ଏହାର ଜରୁରୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ପୂର୍ବଭ୍ୟାଷ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଟିକାକରଣରେ ସହାୟକ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି।