ଜିଲ୍ଲା କଂଗ୍ରେସ ପକ୍ଷରୁ ଆଦିବାସୀ ଗଣହତ୍ୟାର ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଳଞ୍ଜି ଦିବସ ପାଳନ କରାଯିବା ସହ ବିଜେପି ଓ ବିଜେଡି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୫ବର୍ଷ ପୂର୍ବେ ଗତ ୨୦୦୬ ମସିହା ଜାନୁୟାରୀ ୨ ତାରିଖ ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ତତକାଳୀନ ବିଜେଡି -ବିଜେପି ମେଣ୍ଟ ସରକାର ସମୟରେ ପୁଲିସ ଗୁଳିରେ ୧୬ ଜଣ ନୀରିହ ଆଦିବାସୀଙ୍କୁ ଗଣ ହତ୍ୟା କରାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏହି ଘଟଣାର ୧୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର ,ଏସସି ସେଲ ସଭାପତି ମଞ୍ଜୁଲ ନାଏକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଶୁଶିଲ କୁମାର ନାଏକ, ବରିଷ୍ଟ କଂଗ୍ରେସ ନେତା ପୂର୍ବତନ ଉପ ନଗରପାଳ ବସନ୍ତ କୁମାର ମିଶ୍ର କ୍ଷିତିଶ କୁମାର ପ୍ରଧାନ ସମେତ ବହୁ ପୁରୁଷ ଓ ମହିଳା ଦଳୀୟ କର୍ମୀ ଏଥିରେ ସାମିଲ ହୋଇଥିଲେ।