୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଏହାକୁ ମାଲକାନଗିରି ଜିଲ୍ଲାପାଳ ଡ.ୱାଇ. ବିଜୟ ଉଦଘାଟନ କରି ଏହାଦ୍ୱାରା ୧୦ ଟି ପଞ୍ଚାୟତର ୫୨ ହଜାର ଲୋକ ଉପକୃତ ହେବେ ବୋଲି କହିଥିଲେ। ପରେ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ।

ଏଥିସହ କେନ୍ଦ୍ରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଦେଖି ଖୁସି ପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଫୁଲ୍ଲ କୁମାର ନନ୍ଦ, ଡିପିଏମ ସୁଦୀପ କେଶ, ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ଼ୁ, ପାଣ୍ଡ୍ରିପାଣି ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ନିଶାନ୍ତ ଦାସ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ କେ.ମଣ୍ଟୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।