ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରର ଅନ୍ତର୍ଜାତୀୟ ସୀମାରେ ପୁଣି ଥରେ ଡ୍ରୋନ୍ ଦେଖିବାକୁ ମିଳିଛି। ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଅରନିୟା ସେକ୍ଟରରେ ଡ୍ରୋନ୍କୁ ଦେଖିଛନ୍ତି। ଏହା ପରେ ବିଏସ୍ଏଫ୍ର ଯବାନମାନେ ଫାଇରିଂ କରିଛନ୍ତି। ୮ ରାଉଣ୍ଡ ଫାଇରିଂ କରିବା ପରେ ପାକିସ୍ତାନର ଡ୍ରୋନ୍ ପଳାୟନ କରିଛି।
ପାକିସ୍ତାନ ତରଫରୁ ଆସିଥିବା ଡ୍ରୋନ୍ ଶନିବାର ସନ୍ଧ୍ୟା ୭ଟା ୨୫ରେ ଆରଏସପୁର ସବ ଡିଭିଜନର ଅରନିୟା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୋଧେ ଏହି ଡ୍ରୋନ୍ ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରି ନଥିଲା। ବିଏସ୍ଏଫ୍ ପକ୍ଷରୁ ଜାରି ଏକ ବୟାନ ଅନୁସାରେ ଯବାନମାନେ ଡ୍ରୋନ୍କୁ ଲକ୍ଷ୍ୟ କରି ୮ ରାଉଣ୍ଡ ଗୁଳି କରିଥିଲେ। ଏହା ପରେ ଏହି ଡ୍ରୋନ୍ ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା। ଗୁଳିମାଡ଼ର ଶିକାର ହେବା ପରେ ପାକିସ୍ତାନୀ ଡ୍ରୋନ୍ ଚାଳକ ଏହାକୁ ଫେରାଇ ନେଇଥିଲେ। ଅରନିୟା ସେକ୍ଟରରେ ଯବାନମାନେ ସତର୍କ ଥିଲେ। ସେମାନେ ଡ୍ରୋନ୍କୁ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ।