ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଜାତୀୟ ରାଜପଥ ୨୬ ନିକଟସ୍ଥ କରେଳଧୁଆ ଛକ ନିକଟରେ ଅଜଣା ଗାଡ ଧକ୍କାରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସ୍ଥାନୀୟ ଅଗ୍ନିସମ ବିଭାଗ ପହଞ୍ଚି ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଥିବା ଜଣାପଡିଛି। ଯୁବକ ଜଣକ ହେଲେ ଗଣ୍ଡପତ୍ରାପାଲି ଶିବୁ ସତପଥୀ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।