କେଦାରନାଥ ପରେ ଖୋଲିଲା ବଦ୍ରୀନାଥ ଧାମ, ଦିନକୁ ଦର୍ଶନ କରିବେ ୧୫ ହଜାର ଶ୍ରଦ୍ଧାଳୁ

ଡେରାଡୁନ୍‌,ଏଜେନ୍ସି: ଭଗବାନ କେଦାରନାଥଙ୍କ ପରେ ବଦ୍ରୀନାଥ ଧାମର କବାଟ ଖୋଲିଛି। ଆଜି ସକାଳୁ ବଦ୍ରିନାଥଙ୍କ କବାଟ ବୈଦିକ ମନ୍ତ୍ରୋଚାର ସହିତ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମୁଣ୍ଡିଆ ମାରିଛନ୍ତି। ଆଜି ସକାଳୁ ପୌରାଣିକ ପରଂପରା ଓ ବିଧିବିଧାନର ସହିତ ବଦ୍ରୀନାଥଙ୍କ କବାଟ ଖୋଲାଯାଇଛି। ମନ୍ଦିରକୁ ଫୁଲରେ ସଜାଯାଇଛି। କେଦାରନାଥ ଧାମ କବାଟ ଖୋଲିବା ସମୟରେ ହଜାର ହଜାର ଭକ୍ତ ଥିଲେ।

ରବିବାର ସକାଳୁ ବ୍ରଦୀନାଥ ଧାମରେ ବହୁତ ଭକ୍ତ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ସମୟରେ ଚଳିତ ବର୍ଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି। ସରକାରଙ୍କ ଆଦେଶ ଅନୁସାରେ ବଦ୍ରୀନାଥ ଧାମରେ ଦୈନିକ ୧୫ ହଜାର, କେଦାରନାଥରେ ୧୨ ହଜାର, ଗଂଗୋତ୍ରୀରେ ୭ ହଜାର ଓ ଯମୁନେତ୍ରୀରେ ୪ ହଜାର ଶ୍ରଦ୍ଧାଳୁ ଦୈନିକ ଦର୍ଶନ କରିବେ।

ଏହା ପୂର୍ବରୁ ବାବା କେଦାରନାଥ, ଗଂଗୋତ୍ରୀ ଓ ଯମୁନେତ୍ରୀଙ୍କ କବାଟ ଖୋଲିଯାଇଛି। ଗତ ୬ ତାରିଖରେ କେଦାରନାଥ, ମେ’ ୩ ତାରିଖରେ ଗଂଗୋତ୍ରୀ ଓ ଯମୁନେତ୍ରୀ ଧାମର କବାଟ ଖୋଲିସାରିଛି। ରିପୋର୍ଟରୁ ଜଣାଯାଇଛି ଯେ, ଆଗାମୀ କିଛି ଦିନ ପାଇଁ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ପାଇଁ ପଂଜୀକରଣ କରିସାରିଛନ୍ତି।