ଓଲଟିଲା କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ : ଡ୍ରାଇଭର ଗିରଫ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ନେଉଳିଯୋଡି ପୋଲ ନିକଟରେ ଭାରସାମ୍ୟ ହରାଇ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ ଓଲଟି ପଡିଛି। ଗାଡି ଭିତରୁ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ଆକାଶିଆ କାଠ ଗଣ୍ଡି ଜବତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଉଭୟ ପୁଲିସ ଓ ବନବିଭାଗ ଜବତ କରିଛନ୍ତି। ସୂଚନା ଅନୁଯାୟୀ ଚମ୍ପୁଆପଟୁ କାଠ ବୋଝେଇ କରି ଆସୁଥିବା ପିକ୍ଅପ୍ ଭ୍ୟାନକୁ ପୁଲିସ ପିଛା କରୁଥିବାବେଳେ ଦ୍ରୁତଗତିରେ ଯାଉଥିବା ପିକ୍ ଅପ୍ ଭ୍ୟାନ ଟି ଓଲଟି ପିଡ଼ିଥିଲା । ଅନ୍ଧାରର ସୁଯୋଗନେଇ ଘଟଣାସ୍ଥଳରୁ ହେଲ୍ପର ଫେରାର ହୋଇ ଯାଇଥିବାବେଳେ ଡ୍ରାଇଭରକୁ ପୁଲିସ କାବୁକରି ବନବିଭାଗକୁ ହସ୍ତାନ୍ତର କରିଥିଲା। ବନବିଭାଗ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡ୍ରାଇଭର ହେଲେ ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳର ବିପିନ୍ ନାଏକ।