ଓଡ଼ିଶା ଟି-୨୦ ଦଳରେ ଝାରସୁଗୁଡ଼ାର ଦୁଇ ଖେଳାଳି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡାର ୨ ଜଣ ଖେଳାଳି ଓଡ଼ିଶା ଟି-୨୦ ଦଳରେ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନିକଟରେ ଚୟନ କରାଯାଇଥିବା ଓଡିଶାର ୨୦ ଜଣିଆ ଟି-୨୦ ଦଳର ଷଷ୍ଠସ୍ଥାନରେ ଝାରସୁଗୁଡାର ସୟଦ ମୁସ୍ତାକ ଅଲି ରହିଥିବାବେଳେ ୧୫ ନମ୍ବର ସ୍ଥାନରେ ଲଖନପୁର ବ୍ଲକ ପଞ୍ଚଗାଁର ତରଣୀ ସା ରହିଛନ୍ତି। କୋଲକାତାରେ  ଜାନୁଆରୀ ୧୦ ତାରିଖରୁ ହେବାକୁ ଥିବା ସାୟାଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବାପାଇଁ ଝାରସୁଗୁଡ଼ାର ଏହି ଉଭୟ ଖେଳାଳିଙ୍କୁ ଚୟନ କରାଯାଇଛି।