ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ୪୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୪୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୩୩୭୮ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୫୨ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୫, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗିରରୁ ୨୪, ଯାଜପୁରରୁ ୨୪, ମୟୁରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡରୁ ୧୭, ଅନୁଗୁଳରୁ ୧୫, ବଲେଶ୍ୱରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡରୁ ୯, ନବରଙ୍ଗପୁରରୁ ୯, ନୂଆପଡାରୁ ୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କନ୍ଧମାଳରୁ ୬, ଜଗତସିଂହପୁରରୁ ୫, ରାୟଗଡାରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୪, ମାଲକାନଗିରିରୁ ୪, ନୟାଗଡ଼ରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।