ଡ୍ରିମ-୧୧ ହେଲା ଆଇପିଏଲ୍ ଟାଇଟେଲ ପ୍ରାୟୋଜକ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦ ପାଇଁ ଚାଇନିଜ୍ କମ୍ପାନୀ ଭିଭୋ ବଦଳରେ ଡ୍ରିମ-୧୧କୁ ଟାଇଟେଲ ପ୍ରାୟୋଜକ ଘୋଷଣା କରାଯାଇଛି। ଡ୍ରିମ-୧୧ କେବଳ ଚଳିତ ବର୍ଷ ପାଇଁ ୨୨୨ କୋଟି ଟଙ୍କା ଦେଇ ଏହି ପ୍ରାୟୋଜକ ସାଇନ କରିଛି। ଏସମ୍ପର୍କରେ ବିସିସିଆଇ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଭିଭୋ ଆଇପିଏଲର ପ୍ରାୟୋଜକ ଥିଲା। କିନ୍ତୁ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ବିବାଦକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ସିଜିନରୁ ଭିଭୋକୁ ହଟାଇ ଦେଇଥିଲା। ଭିଭୋ ୨୦୧୮ରୁ ୨୦୨୨ ଅର୍ଥାତ୍ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କା ଦେଇ ଆଇପିଏଲ ଟାଇଟେଲ ପ୍ରାୟୋଜକ ହାସଲ କରିଥିଲା।