ଚାନ୍ଦିପୁର ଘାଟିରୁ କ୍ୟୁଆର୍‌ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ: ଡିଆର୍‌ଡିଓ

ଚାନ୍ଦିପୁର,ଏନ୍ଏନ୍ଏସ୍: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସଫଳତାର ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ବିକ୍ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ (କ୍ୟୁଆର୍‌ଏସ୍‌ଏଏମ୍‌)ର ସଫଳ ପରୀକ୍ଷଣ ସମାପ୍ତ କରିଛି ଭାରତ । ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ (ଡିଆର୍‌ଡିଓ) ଏକ ନୂତନ ପରୀକ୍ଷଣରେ ସର୍ଫେସ୍-ଟୁ-ଏୟାର ମିସାଇଲ୍ ସିଷ୍ଟମ୍ (କ୍ୟୁଆର୍‌ଏସ୍‌ଏଏମ୍‌)କୁ ସଫଳତାର ସହ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ପ୍ରତ୍ୟେକ ମାନ୍ୟତା ପୂରଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଡିଆର୍‌ଡିଓ ଏବଂ ଭାରତୀୟ ସେନା ମିଳିତ ଭାବେ ଏହି ପରୀକ୍ଷା କରିଥିଲେ । ଏହି କ୍ଷେପଣାସ୍ତ୍ର ସିଷ୍ଟମ ଓଡିଶା ଉପକୂଳ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ଉତ୍‌କ୍ଷେପଣ କରାଯାଇଛି । କୁଇକ୍ ରିଆକ୍ସନ୍ ମିସାଇଲ୍ (କ୍ୟୁଆର୍‌ଏସ୍‌ଏଏମ୍‌) ସିଷ୍ଟମର 6ଟି ଫାୟାର୍ କରାଯାଇଥିଲା । ଯେଉଁଥିରେ ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସଫଳ ହୋଇଛି ।

ପରୀକ୍ଷା ପରେ, ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି ଯେ, “ହାଇ ସ୍ପିଡ୍ ଏୟାର ଟାର୍ଗେଟ ବିରୋଧରେ ଏହି ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରେ ଦୀର୍ଘ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରଗାମୀ ଉଚ୍ଚତା, ଯୁଦ୍ଧାଭ୍ୟାସ ଲକ୍ଷ୍ୟ ଏବଂ ଦୁଇଟି କ୍ଷେପଣାସ୍ତ୍ର ସହିତ ସାଲଭୋ ଲଞ୍ଚ ଅନ୍ତର୍ଭୁକ୍ତ ।” ଏହା ସହିତ ମିସାଇଲ୍ ସିଷ୍ଟମକୁ ଉଭୟ ଦିନ ଏବଂ ରାତିରେ ଉତକ୍ଷେପଣ ପାଇଁ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହା ସଫଳ ହେବା ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି ଡିଆର୍‌ଡିଓ କହିଛି ।

ଏହି କ୍ଷେପଣାସ୍ତ୍ର ସିଷ୍ଟମକୁ ଡିଆର୍‌ଡିଓ ଏବଂ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ସ୍ୱଦେଶୀ ଆରଏଫ୍ ସିକର୍, ମୋବାଇଲ୍ ଲଞ୍ଚର୍, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ଉତକ୍ଷେପଣ କରାଯାଇଥିଲା । କ୍ୟୁଆର୍‌ଏସ୍‌ଏଏମ୍‌ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ ଏଥିରେ କଣ୍ଟ୍ରୋଲ୍ ସିଷ୍ଟମ୍ ରହିଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଦୁଇଟି ଚାରି-ଆରେ ରାଡାର ରହିଛି, ଉଭୟ ଲଞ୍ଚର୍ ବ୍ୟତୀତ ଆକ୍ଟିଭ୍ ଆରେ ବ୍ୟାଟେରୀ ସର୍ଭିଲାନ୍ସ ରାଡାର ଏବଂ ଆକ୍ଟିଭ୍ ଆରେ ବ୍ୟାଟେରୀ ମଲ୍ଟିଫଙ୍କସନ୍ ରାଡାରକୁ ୩୬୦-ଡ଼ିଗ୍ରୀ କଭରେଜ୍ ଅନ୍ତର୍ଭୁକ୍ତ କରେ ।

ଏହି କ୍ଷେପଣାସ୍ତ୍ରଟି ସ୍ୱଦେଶୀ ଆର୍‌ଏଫ୍‌(ରଦରଫୋଡିଅମ୍‌), ମୋବାଇଲ୍ ଲଞ୍ଚର୍, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ଉତକ୍ଷେପଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଉଭୟ ଶତ୍ରୁ ଏବଂ ଅସ୍ତ୍ର ଖୋଜିବା ଏବଂ ହତ୍ୟା କରିବାର କ୍ଷମତା ରଖିଛି । ଏଥିରେ ଥିବା ସ୍ୱଦେଶୀ ଉପକରଣ ଏହାକୁ ଏକ ଭିନ୍ନ ପରିଚୟ ଦେଇଥାଏ । ଏହା ଶତ୍ରୁପକ୍ଷ ଉପରେ ଗୁଳି ଚାଳନା କରିବା ପରେ ତା’ର ସ୍ଥିତିକୁ ତୁରନ୍ତ ଏବଂ ସ୍ବତଃପ୍ରବୃତ ଭାବେ ପରିବର୍ତ୍ତନ କରିବାର କ୍ଷମତା ଅଛି, ଯାହା ଦ୍ବାରା ଶତ୍ରୁପକ୍ଷ ରାଡାର ଏହାକୁ ସହଜରେ ଧରି ପାରିବ ନାହିଁ । ଡ଼ିଆର୍‌ଡିଓ ଅନୁଯାୟୀ, ବର୍ତ୍ତମାନ କ୍ୟୁଆର୍‌ଏସ୍‌ଏଏମ୍‌ ରେ ୯୦% ସ୍ୱଦେଶୀ ଉପାଦାନ ଅଛି, ଯାହା ୯୯% କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।