ମା’ ଓ ଝିଅଙ୍କୁ ହତ୍ୟା ଘଟଣା: ‘ଲୁହା ରଡରେ ମାରିଥିଲେ ଅନୁପ ଓ ବର୍ଦ୍ଧନ’

ଝାରସୁଗୁଡା,ଏନ୍ଏନ୍ଏସ୍: ଛତିଶଗଡ ହମିରପୁର ଜଙ୍ଗଲରେ ହୋଇଥିବା କଳ୍ପନା ଦାସ(୩୨) ଓ ବବଲି ଦାସ(୧୪)ଙ୍କ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଅନୁପ କୁମାର ସାଏଙ୍କ ସହ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ (ବର୍ଦ୍ଧନ) ସାମିଲଥିବା ରବିବାର ରାୟଗଡ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ବର୍ଦ୍ଧର୍ନ ଏହି ହତ୍ୟା କାଣ୍ଡରେ ସାମିଲଥିବା ପୁଲିସ ଆଗରେ ମାନି ସାରିଛି। ଏହାସହ ସେ ଓ ଅନୁପ ଉଭୟ ବବଲି ଓ କଳ୍ପନାଙ୍କୁ ଲୁହାରଡରେ ମରିଥିବା ବର୍ଦ୍ଧନ ପ୍ରକାଶ କରିଛି। ସେ ନିଜର ଅପରାଧ ମାନିବା ପେରେ ଆଜି ତକୁ କୋର୍ଟ ଚାଲାଣ କରାଯାଇଛି।

ତେବେ ଅନୁପ ଓ ବର୍ଦ୍ଧନଙ୍କ ବୟାନ ପରେ ଏହି ହତ୍ୟାକାଣ୍ଡରେ ଆହୁରି କେତେକ ଅପରାଧୀର ସମ୍ପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରୁଛି। ଏହି ହତ୍ୟାକାଣ୍ଡରେ ତାଙ୍କ ଜଣେ ସମ୍ପର୍କୀୟ ଜଡିତ ଥିବା ସହ ଅନ୍ୟ ଏକ ଇନୋଭା ଗାଡି ମଧ୍ୟ ଏହି ହତ୍ୟାରେ ବ୍ୟବହାର ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଉଛି। ତେବେ ହତ୍ୟା ପାଇଁ ବ୍ୟବହାର କରାଯାଇଥିବା ବୋଲେରୋ ଗାଡି ଓ ଲୁହା ରଡ ବିଷୟରେ ପଚାରିବାରୁ ଶ୍ରୀ ସିଂ କହିଛନ୍ତି ତଦନ୍ତ ଏବେ ଜାରି ରହିଛି ବହୁ ଶୀଘ୍ର ଏହାକୁ ପୁଲିସ ଖୋଜି ବାହାର କରିବ।

ବ୍ରଜରାଜନଗର ଅଂଚଳର ରାଜପୁର ପଂଚାୟତ ବଗରାଚକାସ୍ଥିତ ଭଡାଘରେ ବର୍ଦ୍ଧନ ତାଙ୍କ ପରିବାର ଲୋକଙ୍କ ସହ ଶୋଇଥିବା ସମୟରେ ଶୁକ୍ରବାର ରାତି ୧୨:୩୦ରେ ଛତିଶଗଡ ପୁଲିସ ଆସି ତାଙ୍କୁ ଚକ୍ରଧରନଗର ପୁଲିସ ଥାନାକୁ ଉଠାଇ ନେଇଥିଲା। ସେଠାରେ ବହୁ ସମୟ ଧରି ପଚରାଉଚୁରା ପରେ ରବିବାର ବର୍ଦ୍ଧନ ନିଜର ଅପରାଧ ସ୍ୱିକାର କରିଛି ବୋଲି ରାୟଗଡ ଏସପି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବର୍ଦ୍ଧନ ହତ୍ୟାରେ ସମ୍ପୃକ୍ତି ସ୍ୱିକାର କରିବା ପରେ ହତ୍ୟା କାଣ୍ଡର ନକଳ ପୁଃନରବୃତି ମଧ୍ୟ ପୁଲିସ କରି ସାରିଛି।

ସିଏସପି ଅବିନାଶ ଠାକୁର, ଟିଆଇ ବିବେକ ପଟେଲ, ଫରେନ୍ସିକ ଦଳ ବର୍ଦ୍ଦନକୁ ନେଇ ହମିରପୁିର ଜଙ୍ଗଲର ହତ୍ୟାସ୍ଥଳକୁ ପହଂଚି ୨୦୧୬ ମସିହା ମେ ୬ ତାରିଖ ଅନୁପ ଓ ସେ କିପରି କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ନେଇ ରାୟଗଡ ଆସିଥିଲେ। ସେଠାରୁ କିପରି ହମିର ପୁର ଜଙ୍ଗଲ ରାସ୍ତାରେ ଯାଇ ହତ୍ୟାକରିଥିଲେ, ଏ ସମସ୍ତ କ୍ରାଇମ ସିନର ରିକ୍ରିଏସନ କରିଛି ପୁଲିସ।  ତେବେ ଏହି ହତ୍ୟା କାଣ୍ଡରେ କେବଳ ବୋଲେରୋ ନୁହେଁ ବଂର ଆଉ ଏକ ଇନୋଭା ସାମିଲ ଥିବା ପୁଲିସକୁ ବର୍ଦ୍ଧନ କହିଛି। ସେ ଆହୁରି ମଧ୍ୟ କହିଛି ରଡରେ କଳ୍ପନା ଓ ବବଲିଙ୍କ ମୁଣ୍ଡରେ ମାରିବା ପରେ ଉଭୟ ବୋଲେରୋ ଓ ଇନୋଭା ତାଙ୍କ ଉପରେ ମଡାଯାଇଥିଲା। ପ୍ରଥମେ ଦୁଇଥର ବୋଲେରୋ ସେମାନଙ୍କ ଉପରେ ମଡାଯିବା ପରେ ଇନୋଭା ମଧ୍ୟ ତାଙ୍କ ଉପରେ ମଡା ଯାଇଥିଲା।

ଏହାପରେ ହମିରପୁର ରାସ୍ତା ଦେଇ ଉଭୟ ଗାଡି ଓଡିଶା ଚାଲି ଆସିଥିଲା ବୋଲି ମର୍ଡର ସିନ ରିକ୍ରିଏସନରେ ବର୍ଦ୍ଧନ ପୁଲିସକୁ କହିଥିବା ଜଣା ପଡିଛି। ହତ୍ୟା କାଣ୍ଡର ରିକ୍ରିଏସନ, ଅନୁପ ଓ ବର୍ଦ୍ଧନଙ୍କ ବୟାନ ପରେ ପୁଲିସକୁ ହତ୍ୟାକାଣ୍ଡ ବିଷୟରେ ବହୁ ତଥ୍ୟ ମିଳି ସାରିଛି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ବର୍ଦ୍ଧନ ଗରିଫ ହେବା ପୂର୍ବରୁ ସେ ହତ୍ୟା କାଣ୍ଡରେ ସାମିଲ ନଥିବା କହିଥିଲେ। ତାଙ୍କୁ ସେହି ହତ୍ୟାକାଣ୍ଡରେ ଫସାଇ ଦିଆଯାଇଛି ଓ ସେ ନିର୍ଦ୍ଦେଷ ଅଟନ୍ତି। ତେଣୁ ପୁଲିସର ତଦନ୍ତରେ ସେ ସହଯୋଗ କରିବେ ବୋଲି କହିଥିଲେ। ହେଲେ ପୁଲିସର ଜେରା ସମୟରେ ସେ ଦୋଷ ସ୍ୱିକାର କରି ସାରିଥିବା ଏସପି ଶ୍ରୀ ସିଂ କହିଛନ୍ତି। ତେବେ ଏବେ ମଧ୍ୟ ପୁଲିସ ବୋଲୋରୋ, ଇନୋଭା ଓ ହତ୍ୟା କରାଯାଇଥିବା ଲୁହାରଡ ଓ ଏଥିରେ ସାମିଲଥିବା ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ କୌଣସି ସୂଚନା ଦେଇ ନାହିଁ।

ପ୍ରକାଶ ଯୋଗ୍ୟ ଯେ, ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା। ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ ପରେ କୋର୍ଟରେ ହାଜର କରି ଜେଲ ପଠାଇଛି। ତେବେ ଅନୁପଙ୍କ ଜେରା ସମୟରେ ସେ କହିଛନ୍ତି କଳ୍ପନା ଓ ବବଲିଙ୍କୁ ପ୍ରଥମେ ଲୁହା ରଡ ରେ ମାରିବା ପରେ ଦୁର୍ଘଟଣାର ରୁପ ଦେବା ପାଇଁ ବୋଲେରୋ ତାଙ୍କ ଉପରେ ଚଢାଇ ଦିଆଯାଇଥିଲା।

ଏହାସହ ଏହି ହତ୍ୟାରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଜଡିତ ଥିବା ସେ କହିଥିଲେ। ଏହସହ ହତ୍ୟା କରାଯାଇଥିବା ଲୁହା ରଡ ଓ ବୋଲେରୋ ଗାଡି ବିଷୟରେ ତାଙ୍କୁ ଜଣା ଅଛି ବୋଲି ଅନୁପ କହିଥଲେ। ଅନୁପଙ୍କ ବୟାନପରେ ଅଧିକ ତଦନ୍ତ ପାଇଁ ପୁଲିସ ବର୍ଦ୍ଧନଙ୍କୁ ଚକ୍ରଧରନଗର ଥାନା ନେଇ ପଚରା ଉଚୁରା ପରେ ଗିରଫ କରିଛି। ସେହିପରି ବର୍ଦ୍ଧନଙ୍କ ବୟାନ ପରେ ଏହି ହତ୍ୟାକାଣ୍ଡରେ ସାମିଲଥିବା ଅନ୍ୟ ଅଭିଯୁକ୍ତ, ବୋଲେରୋ, ଲୁହାରଡ ଓ ଇନୋଭାର ତଲାସି ଜାରି ରଖିଛି।