ଦିଲ୍ଲୀ ପୋଲିସ କାହାର ଜାତି ଓ ଧର୍ମ ଦେଖି କାର୍ଯ୍ୟ କରେ ନାହିଁ – ଅମିତ ଶାହା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦିଲ୍ଲୀ ପୋଲିସର ୭୩ତମ ସ୍ଥାପନା ଦିବସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆ ପୋଲିସ ଲାଇନ ଠାରେ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଉଦବୋଧନ ଦେଇ ସଂସଦ ଉପରେ ହୋଇଥିବା ଆକ୍ରମଣର ଶହୀଦ ଯବାନ ମାନଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ଦିଳ୍ଲୀର ଅପରାଧ ଉପରେ ନିୟନ୍ତ୍ରଣ କରିବା ଏକ ଆହ୍ୱାନ । କିନ୍ତୁ ଦିଲ୍ଲୀ ପୋଲିସ ସବୁବେଳେ ସମସ୍ତ ଆହ୍ୱାନକୁ ଅତ୍ୟନ୍ତ ସରଳ ଭାବରେ ସାମ୍ନା କରି ଆସିଛି । ସେ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଜାତି ଓ ଧର୍ମକୁ ଦେଖି କେବେହେଲେ କାମ କରେ ନାହିଁ ।

ଦିଲ୍ଲୀ ପୋଲିସ ଅପରାଧକୁ ରୋକିବା ପାଇଁ ଆହୁରି ଭଲ ପ୍ରୟାସ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ଦ୍ୱାରା ଦିଲ୍ଲୀ ଲୋକମାନଙ୍କୁ ସୁରକ୍ଷିତ ପରିବେଶ ମିଳିପାରିବ । ସେ କହିଛନ୍ତି ଯେ, ଗତବର୍ଷ ପୋଲିସ ଅନେକ ଭଲ କାମ ଓ ନୂଆ ଯୋଜନାର ଶୁଭାରମ୍ଭ କରିଛି । ଏଥି ମଧ୍ୟରୁ ମହିଳା ପିସିଆର ଭ୍ୟାନ, ମୋବାଇଲ ଆପ୍, ୩୦୦ ତୀବ୍ର ବାଇକ୍, ମହିଳା କମାଣ୍ଡୋ, ପ୍ରହରୀ ଓ ମହିଳା ପରାକ୍ରମ ଟିମ୍ ।