ରାମମନ୍ଦିର ନିର୍ମାଣ ପାଇଁ ମୁସଲମାନ ପରିବାରର ସହାୟତା

ବରଗଡ଼,ଏନ୍ଏନ୍ଏସ୍: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣପାଇଁ ବରଗଡ଼ ଜିଲ୍ଲାରେ ନିଧି ସଂଗ୍ରହ ଅଭିଯାନ ଚାଲିଥିବାବେଳେ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗ୍ରାମରେ ମୁସଲମାନ ସମ୍ପ୍ରଦାୟର ମହମ୍ମଦ ହନିଫ ପାଇକମାଲର ରାଜ ମହମ୍ମଦ, ଗୁଲଜାର ଅଲ୍ଲୀ ଏବଂ ଆଜାଦ ହିନ୍ଦ ଫୌଜର ସେନାନୀ ସ୍ୱର୍ଗତ ରମଜାନ କୁରେସୀଙ୍କ ପୁଅ ଗୁଜଲା କୁରେସୀ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ସମସ୍ତେ ରାମ ମନ୍ଦିର ନିର୍ମାଣ ପାଇଁ ସହାୟତା କରିଥିଲେ । ସେହିପରି ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ନିଧି ସଂଗ୍ରହ ଅଭିଯାନରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।