ମିଳିଲାନି ଜାମିନ: ଜେଲରେ ରହିବେ ଲାଲୁ

ରାଞ୍ଚି: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦଙ୍କୁ ଆଜି ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟକା ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନ ଖାରଜ କରିଛି। ଚାରା ଘୋଟାଲା ସମ୍ବଧିତ ଦୁମାକା କୋଷାଗାରରେ ଅବୈଧ ପ୍ରତିବନ୍ଧକ ଦୂରିକରଣ ମାମଲାରେ ଦାୟର ହୋଇଥିବା ଜାମିନ ଆବେଦନର ଶୁଣାଣି ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ହୋଇଥିଲା। ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଶୁଣାଣିରେ ଲାଲୁଙ୍କୁ ବର୍ତ୍ତମାନ ପାଇଁ ଜାମିନ ମିଳିଲାନି।

ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି ଯେ, କୋର୍ଟଙ୍କ କହିବାନୁସାରେ ଅଧା ସଜା ପୂରା କରିବା ପାଇଁ ଏବେ ଆହୁରି ୨ ମାସ ସମୟ ବାକି ଅଛି। ୨ ମାସ ପରେ ପୁନର୍ବାର ନୂଆ ପିଟିସନ ଦାୟର କରାଯିବ।

ସୂଚନାଯୋଗ୍ୟ, ଲାଲୁଙ୍କୁ ଏଥର ଜାମିନ ମିଳିବାର ଅନେକ ସୁଯୋଗ ଥିଲା। ଦୁମାକା କୋଷାଗାରରେ ଅବୈଧ ପ୍ରତିବନ୍ଧକ ଦୂରିକରଣ ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୭ ବର୍ଷ ସଜା ଶୁଣାଇଥିଲେ। ଆଉ ଲାଲୁ ସାଢ଼େ ୩ ବର୍ଷର ସଜା କାଟିସାରିଲେଣି। ଏହାକୁ ଆଧାର କରି ଲାଲୁଙ୍କ ଓକିଲ ଜାମିନ ଆବେଦନ ଦାୟର କରିଥିôଲେ। କିନ୍ତୁ କୋର୍ଟ ତାଙ୍କ ଓକିଲଙ୍କ କଥାକୁ ଭୁଲ୍ ଦର୍ଶାଇ ଜାମିନ ଆବେଦନ ଖାରଜ କରିଛନ୍ତି।