ପୋଲ ତଳକୁ ଖସିଲା ବୋଲେରୋ : ୬ ଆହତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ନିକଟସ୍ଥ ବରଡୋଲରେ ପୋଲ ଉପରୁ ଏକ ବୋଲେରୋ ଖସି ପଡ଼ି ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଇସିଲେଟ ବ୍ଲକ ଚମରିଆ ଗ୍ରାମର ବୀର ପ୍ରଧାନ ପରିବାର ସହିତ ଭଟଲି ଜଡାମୁଣ୍ଡାକୁ ଯାଉଥିବାବେଳେ ବୋଲରୋଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ୬ ଜଣ ଆହତ ହୋଇଥିଲେ।