ହୋଟେଲ ରୁମରୁ ସନ୍ଦେହଜନକ ଭାବେ ଡାକ୍ତରଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସହରର ଏକ ହୋଟେଲ ରୁମରୁ ଜଣେ କୋଭିଡ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ତେବେ ସେ ରାଙ୍କ ସ୍ଥିତ କୋଭିଡ ହସ୍ପିଟାଲର ଡାକ୍ତର ଥିବାବେଳେ ତାଙ୍କ ନାମ ଆଶାଚରଣ ମାଝୀ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।