ରାଜ୍ୟରେ ୩୬୮ ନୂଆ କରୋନା ପଜିଟିଭ ଚିହ୍ନଟ: ୭ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୫୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୯, ସୁନ୍ଦରଗଡ଼ରୁ ୪୫, ଅନୁଗୁଳରୁ ୩୦, କଟକରୁ ୨୬, ମୟୁରଭଞ୍ଜରୁ ୨୪, କେଉଁଝରରୁ ୨୨, ବରଗଡ଼ ଓ ଭଦ୍ରକରୁ ୧୯, ବଲାଙ୍ଗିର ଓ ପୁରୀରୁ ୧୮ଲେଖାଏଁ, ବାଲେଶ୍ୱରରୁ ୧୬ ଓ ସମ୍ବଲପୁର ଜିଲ୍ଲାରୁ ୧୧ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରେ କଟକରୁ ସର୍ବାଧିକ ୩ଜଣ, ଜଗତସିଂହପୁର, ବାଲେଶ୍ୱର, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧,୭୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆଜିର ୩୬୮ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୫୬୪କୁ ବୃଦ୍ଧି ପାଇଥିବାବେଳେ ୩ଲକ୍ଷ ୧୫ ହଜାର ୮୪୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧,୭୭୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୮୯୩ ଜଣ ଚିକିତ୍ସିତ ହେଉଛନ୍ତି।