ପିଓକେରୁ ଭୁଲ୍‌ରେ ଭାରତକୁ ପଶିଆସିଲେ ଦୁଇ ନାବାଳିକା

ପୁଞ୍ଚ,ଏଜେନ୍ସି: ପାକ୍ ଅଧିକୃତ କଶ୍ମୀରର ୨ ଜଣ ନାବାଳିକା ଭୁଲ୍‌ ବଶତଃ ରବିବାର ଭୋର୍ ସମୟରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟର ଅନ୍ତର୍ଗତ ଭାରତୀୟ ଅଞ୍ଚଳକୁ ପଶି ଆସିବା ପରେ ସେମାନଙ୍କୁ ଫେରାଇ ଦେବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ହୋଇଥିବା ଭାରତୀୟ ଯବାନମାନେ ଏହି ଦୁଇ ନାବାଳିକାଙ୍କୁ କଠ୍‌ୱା ତହସିଲ ଅନ୍ତର୍ଗତ ଆବାସପୁର ଗ୍ରାମରେ ପ୍ରଥମେ ଦେଖିଥିଲେ ଏବଂ ସେମାନଙ୍କର ଯେପରି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ଏହି ଦୁଇ ନାବାଳିକାଙ୍କ ନାମ ଲୈବା ଜବୈର୍ (୧୭) ଏବଂ ସାନା ଜାବୈର (୧୩)।