ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ବୈଠକ ଅନୁଷ୍ଠିତ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗଡ଼ା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷର ସଚେତନତା ବୈଠକ ଓ ବ୍ଲକସ୍ତରୀୟ କୃଷ୍ଠରୋଗ, ପୁରୁଷ ବନ୍ଧ୍ୟାକରଣ ପକ୍ଷ, ମେଲେରିଆ, ଟିବି ଓ ନିମୋନିଆ ସଚେତନତା ମାସକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିପିଏଚଇଓ ମମତା ସାହୁ,ଏଡିପିଏଚସିଓ ବେଣୁଧର ନାୟକ, ରାମନାଗୁଡ଼ା ମେଡିକାଲ ଅଫିସର ସୌରଭ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସୁଣ୍ଡିଢ଼ାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ସନ୍ଧ୍ୟା ପ୍ରାଣିଗ୍ରାହୀ, ଡା. ଭାଗବତ ପ୍ରସାଦ ପାଢ଼ୀ, ଡା. ସିଦ୍ଧାର୍ଥ ମଲ୍ଲିକ, ଡା. ପ୍ରଭାତ ଦାସ, ବିପିଏମ କମଳାକର ରାଓ ଓ ସିଏଚସି ଆକାଉଣ୍ଟାଣ୍ଟ ରମାଞ୍ଚଳ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ରାମନାଗୁଡ଼ାର ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ବ୍ଲକସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡା. ଭାଗବତ ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଡା. ସିଦ୍ଧାର୍ଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।