ଶ୍ରମିକଙ୍କୁ ଟନେଲରୁ କାଢ଼ିବାକୁ ଆଉ ୧୨ ଘଣ୍ଟା ଲାଗିବ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇଁ ଉଦ୍ଧାର ଅଭିଯାନ ଜାରୀ ରହିଛି । ଇତିମଧ୍ୟରେ ପିଏମଓଙ୍କ ପୂର୍ବ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ଯେ, ଆମେ ୪୫ ମିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଛୁ । ଯେଉଁ ବାଧା ଯୋଗୁ କାଲି ରାତିରେ ସମସ୍ୟା ହୋଇଥିଲା ତାକୁ ପ୍ରଥମରୁ ହଟାଇ ଦିଆଯାଇଛି । ୬ ମିଟର ପାଇପକୁ ଭର୍ତ୍ତି କରିବା ଲାଗି ୪ ଘଣ୍ଟା ଲାଗିଥାଏ । ସେଥିପାଇଁ ୧୮ ମିଟର ପହଞ୍ଚିବା ପାଇଁ ୧୨ ଘଣ୍ଟା ଲାଗିବ ଏବଂ ବାକି କାମ ପୁରା କରିବା ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଭିତରେ ଫସି ରହିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ହେଉଛି ଆମର ପ୍ରଥମ ପ୍ରାଥମିକତା । ଶ୍ରମିକ ଓ ଆମ ମଧ୍ୟରେ ଖୁବ୍ ଭଲ ଲିଙ୍କ ସ୍ଥାପିତ ହୋଇଛି ।