ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରକ୍ତି ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତାରିଣିିସେନ ନାୟକ, ରଜକ ସମାଜ ସଭାପତି ଲୋକନାଥ ସେଠୀ, ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ଗୋଷ୍ଠୀ ଶିକ୍ଷାଧିକାରୀ ହେମସଗାର ମହାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଡା. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଦୀପ-ପ୍ରଜ୍ୱଳନ କରି ମାଲ୍ୟାର୍ପଣ କରିଥିଲେ । ଏହାସହ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରଯାଇଥିଲା । ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଓଡ଼ିଆ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ