ଗୁଣପୁର,ଏନ୍ଏନ୍ଏସ୍: ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୁଣୁପୁର କୋର୍ଟ ପରିସରରେ ନିର୍ବିରୋଧରେ ନିର୍ବାଚନ ଶେଷ ହେବା ପରେ ପ୍ରଥମ ଥର ପାଇଁ ଆଜି ଜିଲ୍ଲା ଦୌରା ଜଜ୍ ଚିତ୍ତରଞ୍ଜନ ଦାସ ଗୁଣପୁର କୋର୍ଟ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ ଗୁଣପୁର ଓକିଲ ସଂଘର ନବ ନିର୍ବାଚିତ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ସମ୍ପାଦକ ରମେଶ ଚନ୍ଦ୍ର ଲିମାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନେକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।
ଗୁଣପୁର ଓକିଲ ସଂଘ ପକ୍ଷରୁ ଶ୍ରୀ ଦାସଙ୍କ ନିକଟରେ ଗୁଣପୁର କୋର୍ଟ ପରିସରରେ ପାଚେରି ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉକ୍ତ ବୈଠକରେ ଆଡିସନାଲ୍ ଜିଲ୍ଲା ଜଜ ଶ୍ରୀ ଅଜୟ କୁମାର ପ୍ରଧାନ, ସବ୍ ଜଜ୍ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ମଲ୍ଲିକ, ସବ୍ ଡିଭିଜନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାଏକ, ଓକିଲ ସଂଘ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ଲିମା ସମେତ ଓକିଲ ସଂଘର ଆଇନ୍ଜୀବୀମାନେ ମଧ୍ୟ ଉପସ୍ଥିତଥିଲେ। ଏହାପରେ ଶ୍ରୀ ଦାସ ସ୍ଥାନୀୟ ଗୁଣୁପୁର ଜେଲ୍ ପରିଦର୍ଶନ କରି କଏଦୀ ମାନଙ୍କ ଭଲମନ୍ଦ ବୁଝିବା ସହ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ କରାଇଥିଲେ।