ଦେଓଗାଁ,ଏନ୍ଏନ୍ଏସ୍: ଜାତୀୟ ରାଜପଥ ୨୬ ବରଗଡ଼ ବୋରିଗୁମ୍ମା ରାସ୍ତା ଉପରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି। ତେବେ ଏଥିରେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ମଧ୍ୟାହ୍ନରେ ଦେଓଗାଁ ପେକ୍ସରୁ ଧାନ ନେଇ ମିଲକୁ ଯାଉଥିବା ବେଳେ ଦେଓଗାଁ ଥାନା ଠାରୁ ଶହେ ମିଟର ଦୂରରେ ଥିବା ଏକ ସିମେଣ୍ଟ ଦୋକାନ ସମ୍ମୁଖରେ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ରାସ୍ତା ଉପରେ କିଛି ସମୟ ଧରି ଗାଡି ମୋଟର ଜାମ ହୋଇ ରହିଥିଲା। ମାତ୍ର ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଲୋକଙ୍କ ସାହାଯ୍ୟରେ ଚାଷୀ ଜଣଙ୍କ ଅନ୍ୟ ଏକ ଟ୍ରାକ୍ଟର କରି ଧାନ ନେଇଥିଲେ।