ଟ୍ରାକ୍ଟର ସହ ବାଇକ୍ ଧକ୍କା : ଜଣେ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦେଇ ପଶି ରାସ୍ତାର ହନୁମାନ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ,ବାଇକରେ ଦୁଇଜଣ ଆସୁଥିବାବେଳେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକହେଲେ ଟାଙ୍ଗରପଡା ପଞ୍ଚାୟତ ଭୀମାପଡା ଗ୍ରାମର କାହ୍ନ ନାଏକ(୪୫)। ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଭିମାପଡାର ବାବୁଲି ନାଏକ । ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଫେରାର ହୋଇଯାଇଥିବାବେଳେ ଏନେଇ ତୁରୁମୁଙ୍ଗା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି।