ଝାରସୁଗୁଡ଼ା ବିମାନବନ୍ଦରରେ ବିପର୍ଯ୍ୟୟ ମୁକାବିଲା କର୍ମଶାଳା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିପର୍ଯ୍ୟୟ ମୁକାବିଲା କିପରି କରାଯିବ ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିମାନବନ୍ଦର କୌଣସି ପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହେଲେ ଉପସ୍ଥିତ କର୍ମଚାରୀମାନେ କିପରି ତା’ର ମୁକାବିଲା କରିବେ, କେଉଁ ପରିସ୍ଥିତି ପାଇଁ କେଉଁ ମେସିନ ବ୍ୟବହାର କରିବେ, ଯାତ୍ରୀମାନଙ୍କୁ ସୁରକ୍ଷିତ ରଖି ନିଜେ କିପରି ସୁରକ୍ଷିତ ରହିପାରିବେ ସେନେଇ ଅଭ୍ୟାସ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ଯୋଗ ଦେଇଥିବାବେଳେ ବିମାନବନ୍ଦର ସୁରକ୍ଷା କର୍ମଚାରୀ, ପୁଲିସ ବାହିନୀ ଓ ଅଗ୍ନିଶମ ବିଭାଗ ମଧ୍ୟ ଉପସ୍ଥିତ ଥିଲେ।