୫ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣାରେ ନାବାଳକକୁ କୋର୍ଟ ଚାଲାଣ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜାରନଗର ମଧୁବନନଗର ଅଞ୍ଚଳର ଏକ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଓରିଏଣ୍ଟ ପୁଲିସ ଏକ ନାବାଳକକୁ ଅଟକ ରଖି ଜୁଭିନାଏଲ କୋର୍ଟରେ ହାଜର କରାଯାଇଥିବା ଥାନା ଅଧିକାରୀ ବୈକୁଣ୍ଠ ବିବାରୀ ସେଠ୍ ସୂଚନା ଦେଇଛନ୍ତି। ସେଠାରୁ ତାକୁ ସୁଧାରଗୃହକୁ ପଠାଇଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଗତ ଶୁକ୍ରବାର ସନ୍ଧ୍ୟାରେ ଶିଶୁ କନ୍ୟା ଜଣଙ୍କ ଘର ବାହାରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ତାଙ୍କୁ ପାଖକୁ ଡାକିଥିଲେ। ଶିଶୁଟି ତା’ନିକଟକୁ ଯିବାପରେ ସେ ଜୋରଜବରଦସ୍ତ ନିକଟସ୍ତ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଶିଶୁଟି କାନ୍ଦିକାନ୍ଦି ଘରକୁ ଆସି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ସେମାନେ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ପୋକ୍ସୋ ଧାରା ୩୭୬(ଏବି)/୬ରେ ମାମଲା ରୁଜୁ କରି ତଦନ୍ତ କରିବାସହ ୪ ଦିନ ମଧ୍ୟରେ ଅଭିଯୁକ୍ତ ନାବାଳକକୁ ଧରିବାରେ ସକ୍ଷମ ହୋଇଛି।