ନୂତନ ଭୋଟରଙ୍କ ପଞ୍ଜୀକରଣ ନେଇ ଆଲୋଚନା କଲେ ଦୀପାଳି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଭୋଟର ତାଲିକା ସଂଶୋଧନ ଓ ପଞ୍ଜୀକରଣ କେନ୍ଦ୍ରକୁ ଦୀପାଳି ଦାସ ଯାଇ ବୁଥ ଅଫିସରଙ୍କୁ ସାକ୍ଷାତ କରିଛନ୍ତି। ସେ ବୁଥ ଅଫିସରଙ୍କୁ ସାକ୍ଷାତ କରି ନୂତନ ଭୋଟରଙ୍କ ପଞ୍ଜିକରଣ କିପରି ଅଧିକ ସଂଖ୍ୟାରେ ହେବ ସେନେଇ ଆଲୋଚନା କରିଥିଲେ। ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ଯେଉଁମାନେ ୧୮ ବର୍ଷ ବୟସରେ ପଦାର୍ପଣ କରିବେ ସେମାନେ ନୂତନ ଭୋଟର ତାଲିକାରେ ସାମିଲ ହୋଇପାରିବେ। ତେଣୁ ଏନେଇ ଯୁବପୀଢୀଙ୍କୁ ସଚେତନ କରି ସେମାନଙ୍କର ଭୋଟର ତାଲିକା ନିର୍ମାଣ କରିବା ଦିଗରେ ବୁଥ ଅଫିସରମାନେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦୀପାଳି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏକ ସୁଯୋଗ୍ୟ ଜନନେତା ଚୟନ କରିବା ପାଇଁ ଯୁବପୀଢ଼ୀଙ୍କ ମତଦାନ ଆବଶ୍ୟକ ହୋଇଥିବାରୁ ୨୦୨୧ ଜାନୁଆରୀ ୧ରେ ୧୮ ବର୍ଷ ହେଉଥିବା ଯୁବକ ଯୁବତୀମାନେ ଭୋଟର ତାଲିକାରେ ପଞ୍ଜୀକରଣ କରାଇ ନୂତନ ଭୋଟର କାର୍ଡ ପ୍ରସ୍ତୁତ କରାନ୍ତୁ ।